ତାତି ପାଇଁ କଳାହାଣ୍ଡିର ସମସ୍ତ ସ୍କୁଲ ବନ୍ଦ ୨୦ ଜୁନ ପର୍ଯ୍ୟନ୍ତ ଛୁଟି ଘୋଷଣା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ DEOଙ୍କ ଆଦେଶ

 ଭବାନୀପାଟଣା, ୧୭/୦୬: କଳାହାଣ୍ଡି ଜିଲ୍ଲାରେ ଅସହ୍ୟ ତାତି ଓ ଆର୍ଦ୍ର ପାଗ ଯୋଗୁଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ, ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଗୁଡ଼ିକୁ ୨୦ ଜୁନ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲାପାଳ କଳାହାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏହି ଆଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ, ସ୍କୁଲ ବନ୍ଦ ରହିଥିଲେ ମଧ୍ୟ ଜନଗଣନା (Census) ଓ SIR କାର୍ଯ୍ୟ, ନାମଲେଖା ପ୍ରକ୍ରିୟା, ଟିସି ପ୍ରଦାନ, ପାଠ୍ୟପୁସ୍ତକ ଓ ୟୁନିଫର୍ମ ବଣ୍ଟନ ସହିତ ULLAS/NILP ପଞ୍ଜୀକରଣ କାର୍ଯ୍ୟ ଜାରି ରହିବ।

ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ଅଭିଭାବକ ମହଳ ସ୍ୱାଗତ କରିଥିବାବେଳେ, ଆଗାମୀ ଦିନରେ ପାଗ ପରିସ୍ଥିତି ଉପରେ ନଜର ରଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

(ସିଂହନାଦ ନ୍ୟୁଜ୍) 🖋️

Thanks for reading: ତାତି ପାଇଁ କଳାହାଣ୍ଡିର ସମସ୍ତ ସ୍କୁଲ ବନ୍ଦ ୨୦ ଜୁନ ପର୍ଯ୍ୟନ୍ତ ଛୁଟି ଘୋଷଣା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ DEOଙ୍କ ଆଦେଶ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.